ମନ ର ନାୟିକା ସେ ଅନାମିକା !
ସୁନ୍ଦରୀ ସୁଶୀଳା ସେ , ସତେ ଯେପରି ଏକ ପରୀ,
ତାର ଚୋରା ଚାହାଣୀ ଆଗରେ ମୁ ନିଜକୁ ଗଲି ହାରି.
ଘନ କଳା କେଶ ତାର ସତେ ଅବା ଅକାଶ ର ମେଘ ,
ଜୈଷ୍ଠ ର ଉଷ୍ମତା ଥିଲା , ମୋତେ କିନ୍ତୁ ଲାଗୁଥିଲା ମାଘ .
ମନ୍ଦିର ବେଢା ରେ ଦେଖା ହୋଇଥିଲା ସେ ଅପସରି,
ସତେ ଅବା ମା ବିରଜାଂକ ଥିଲା ସେ ଯାଦୁ ର କାରିଗରୀ .
ସୁନ୍ଦରୀ ସେ ,
ସ୍ବପ୍ନ ର ନାୟିକା ସେ, ଅନାମିକା!
ଥିଲି ସାଂଗ ମେଳ ରେ , କିନ୍ତୁ ଲାଗୁଥିଲା ଏକା ଏକା ,
ନଜର ଠୁ ହଜିଗଲା ପରେ ଅକାଶ ଲାଗୁଥିଲା ଫିକା ଫିକା .
କ୍ଷଣିକ ପାଇଁ ମନେ ମୋର ଉନ୍ମାଦନା ଭରି ଗଲା ,
ଲାଗୁଥିଲା ଜୀବନ ରେ ସତେ ପୁଣି ଶ୍ରାବଣ ଫେରି ଆସିଲା .
ହେଲେ ମନ୍ଦିର ବାହାରେ , ଦୁନିଆ ର ଭିଡ ରେ ସେ ହଜିଗଲା ,
ଅସହାୟ ଜୀବନ ରେ ପୁଣି ଅମା ଅନ୍ଧାର ଘୋଟି ଆସିଲା .
ଚାଲି ଆସିଥିଲି ସେ ଜାଗା ରୁ , ତାଂକ ଠୁ ବହୁ ଦୁର କୁ ,
କିନ୍ତୁ ଭୁଲି ପରୁନଥିଲି ସେ ଚାହାଣୀ , ସେ ସମୟ କୁ .
ବେଳେ ବେଳେ ଏକାନ୍ତ ରେ ମନେ ପଡେ ତାଂକ ମାସୁମ୍ ଚେହେରା ,
ଚାନ୍ଦ ର ଟୁକୁଡା ଅବା ସେ ଫୁଲ ର ପାଖୁଡା ?
ସୁନ୍ଦରୀ ପ୍ରିୟତମା ସେ ,
ସ୍ବପ୍ନ ର ନାୟିକା , ଅନାମିକା !